ନୂଆଦିଲ୍ଲୀ,୦୬/୧୨: ପ୍ରଶ୍ନକାଳରେ ତୁମେ ସଂସଦ ଚଲେଇଦେବାକୁ ଚାହୁଁନାହଁ । ସଂସଦ ମର୍ଯ୍ୟାଦାର ସହ ଚାଲିବ ଗୌରବ ଓ ଗରିମାର ସହ ଚାଲିବ । ଉଚ୍ଚକୋଟୀ ପରମ୍ପରା ସହ ଚାଲିବ । ପ୍ରଶ୍ନକାଳରେ ସହଯୋଗ କରନ୍ତୁ । ଆଜି ସଂସଦ ଶୀତ ଅଧିବେଶନର ନବମ ଦିନରେ କିଛି ଏମିତି କହିଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ସଂସଦ ପ୍ରଶ୍ନକାଳରେ ବିରୋଧୀ ହଙ୍ଗାମା କରିଥିଲେ । ବାଚସ୍ପତି ଗୃହ କାର୍ଯ୍ୟ ସୁରୁଖୁରୁରେ ଚଲେଇବାକୁ କହିଥିଲେ ମାତ୍ର କେହି କର୍ଣ୍ଣପାତ କରିନଥିଲେ । ଫଳରେ ବାଧ୍ୟ ହୋଇ ଲୋକସଭାକୁ ପ୍ରଥମେ ଅପରାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହା ପରେ ବି ଗୃହକାର୍ଯ୍ୟ ଚାଲିପାରନଥିଲା ଫଳରେ ଆସନ୍ତା ୯ ତାରିଖ ଯାଏ ଲୋକସଭାକୁ ମୁଲତବୀ ଘୋଷଣା ହୋଇଛି ।
ସଂସଦ ଶୀତ ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ହୋ ହାଲ୍ଲା କରିଥିଲେ । ବିବିନ୍ନ ପ୍ରସଙ୍ଗରେ ନାରାବାଜି ଦେଇଥିଲେ ବିରୋଧୀ । ଆଦାନୀ, ମଣିପୁର ଓ ସମ୍ବଲ ହିଂସାକୁ ମୁଦ୍ଦା କରି ହଙ୍ଗାମା କରିଥିଲେ ବିରୋଧୀ ଦଳ ସାଂସଦ । ପ୍ରଶ୍ନକାଳରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ଓମବିର୍ଲା । ମାତ୍ର କେହି କର୍ଣ୍ଣପାତ କରିନଥିଲେ । ବାଧ୍ୟ ହୋଇ ଗୃହକାର୍ଯ୍ଯକୁ ଅପରାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମବିର୍ଲା । ଏହା ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ମାତ୍ର ଚାଲିପାରିନଥିଲା । ଆସନ୍ତା ସୋମବାର ଯାଏ ଲୋକସଭା ମୁଲତବୀ ହୋଇଛି ।
#WATCH | Lok Sabha adjourned till 12 noon.
— ANI (@ANI) December 6, 2024
(Source: Sansad TV) pic.twitter.com/7SoVe1sNtK
ସାଂସଦଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ ବାଚସ୍ପତି । ଗୃହକାର୍ଯ୍ୟ ସୁରୁଖୁରୁରେ ଚଲେଇବାକୁ ବାଚସ୍ପତି କହିଥିଲେ, ପ୍ରଶ୍ନକାଳରେ ତୁମେ ସଂସଦ ଚଲେଇଦେବାକୁ ଚାହୁଁନାହଁ । ସଂସଦ ମର୍ଯ୍ୟାଦାର ସହ ଚାଲିବ ଗୌରବ ଓ ଗରିମାର ସହ ଚାଲିବ । ଉଚ୍ଚକୋଟୀ ପରମ୍ପରା ସହ ଚାଲିବ । ସଂସଦରେ ମର୍ଯ୍ୟାଦାର ଉଲଘଂନ ହେବ ନାହିଁ । ପ୍ରଶ୍ନକାଳରେ ସହଯୋଗ କରନ୍ତୁ ।